ଜାହାଜଟି ତମ୍ବୁରେ ସ୍ଥାନିତ ହେଲା

1.

2. ଦାଉଦ ହାମବେଳି ଓ ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରିସାରିବା ପରେ ସଦାପ୍ରଭୁଙ୍କ ନାମ ରେ ଲୋକମାନଙ୍କୁ ଆଶୀର୍ବାଦ କଲେ।

3. ଏହାପରେ ସେ ପ୍ରେତ୍ୟକକ ଇଶ୍ରାୟେଲୀୟ ପୁରୁଷ ଓ ସ୍ତ୍ରୀଙ୍କୁ ପାଉଁରୋଟୀର ଏକ ଖଣ୍ଡ, କିଛି ଖଜୁରୀ କୋଳି ଓ କିସମିସ୍ ଦେଲେ।

4. ଏହାପରେ ନିଯମସିନ୍ଦୁକ ସମ୍ମୁଖ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଦାଉଦ କେତଜେଣ ଲବେୀୟଙ୍କୁ ମନୋନୀତ କଲେ। ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଓ ଧନ୍ଯବାଦ କରିବା ଏବଂ ଆନନ୍ଦ ଉତ୍ସବ କରିବା ସହେି ଲବେୀୟମାନଙ୍କ କାର୍ୟ୍ଯ ଥିଲା।

5. ଆସଫ ପ୍ରଥମ ଦଳର ନେତା ଥିଲେ। ଆସଫଙ୍କ ଦଳ ଗିନି ବଜାଉଥିଲେ। ଜିଖରିଯ ଦ୍ବିତୀୟ ଦଳର ନେତା ଥିଲେ। ଅନ୍ୟ ଲବେୀୟମାନେ ଥିଲେ : ୟିଯଯଲେ, ଶମୀରାମାେତ୍, ୟିହୀଯଲେ, ମତ୍ତଥିଯ, ଇଲୀଯାବ, ବନାଯ, ଓବେଦ୍-ଇଦୋମ୍ ଓ ୟିୟୂଯଲେ। ଏହି ବ୍ଯକ୍ତିମାନେ ତମ୍ବୁରା ଓ ବୀଣା ବଜାଉଥିଲେ।

6. ବନାଯ ଓ ୟହସୀଯଲେ, ଏହି ଦୁଇଜଣ ଯାଜକ ସର୍ବଦା ନିଯମସିନ୍ଦୁକ ସମ୍ମୁଖ ରେ ତୂରୀ ବଜାଉଥିଲେ।

ଧନ୍ୟବାଦ ଅର୍ପଣର ଦାଉଦଙ୍କ ଗୀତ

7.

8. ପରମେଶ୍ବରଙ୍କର ପ୍ରଶଂସା କର, ତାହାଙ୍କ ନାମ ରେ ବୀନତି କର। ସଦାପ୍ରଭୁ ଯେଉଁସବୁ ମହାନ୍ କର୍ମମାନ କରିଅଛନ୍ତି, ତାହା ଲୋକମାନଙ୍କୁ କୁହ।

9. ପରମେଶ୍ବରଙ୍କ ନିକଟରେ ଗାଯନ କର, ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗାନ କର, ସମସ୍ତଙ୍କୁ ତାଙ୍କର ମହତ୍ କାର୍ୟ୍ଯସକଳ ଜଣାଅ।

10. ପରମେଶ୍ବରଙ୍କ ପବିତ୍ର ନାମ ପାଇଁ ଗର୍ବ କର। ହେ ସଦାପ୍ରଭୁଙ୍କ ନିକଟକୁ ଆସୁଥିବା ଜନବୃନ୍ଦ, ଆନନ୍ଦିତ ହୁଅ।

11. ପରମେଶ୍ବର ଓ ତାଙ୍କ ପରାକ୍ରମକୁ ଦେଖ, ସର୍ବଦା ତାଙ୍କର ସାହାୟ୍ଯ ଲୋଡ଼।

12. ସଦାପ୍ରଭୁ ଯେଉଁ ସମସ୍ତ ମହତ୍ କର୍ମମାନ କରିଅଛନ୍ତି, ସହେିସବୁ ସ୍ମରଣ କର। ତାଙ୍କର ସିଦ୍ଧାନ୍ତ ସକଳ ଓ ତାହାଙ୍କ କୃତ ପରାକ୍ରମର କାର୍ୟ୍ଯମାନ ସ୍ମରଣ କର।

13. ଇଶ୍ରାୟେଲର ଲୋକମାନେ, ସଦାପ୍ରଭୁଙ୍କର ଦାସ ଅଟନ୍ତି। ଯାକୁବର ବଂଶଧରମାନେ, ସଦାପ୍ରୁଙ୍କର ମନୋନୀତ ଲୋକ ଅଟନ୍ତି।

14. ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଅଟନ୍ତି। ତାଙ୍କର ପରାକ୍ରମ ସର୍ବବ୍ଯାପୀ।

15. ଚିରକାଳ ନିମନ୍ତେ ତାହାଙ୍କ ଦତ୍ତ ନିଯମ ସ୍ମରଣ କର। ସେ ସହସ୍ର ପୁରୁଷ ନିମନ୍ତେ ସହେି ଆଜ୍ଞାମାନ ଦଇେଅଛନ୍ତି।

16. ସଦାପ୍ରଭୁ ଅବ୍ରହାମଙ୍କ ସହିତ ଯେଉଁ ପାରମ୍ପାରିକ ନିଯମ କରିଅଛନ୍ତି ଏବଂ ଇସହାକ୍ଙ୍କ ସହିତ ସେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତାହା ସ୍ମରଣ କର।

17. ସଦାପ୍ରଭୁ ଯାକୁବ ନିମନ୍ତେ ଏକ ନିଯମ କରିଛନ୍ତି। ଇଶ୍ରାୟେଲ ସହିତ ସହେି ନିଯମ, ଅନନ୍ତକାଳୀନ ଅଟେ।

18. ସଦାପ୍ରଭୁ ଇଶ୍ରାୟେଲକୁ କହିଲେ, ଆମ୍ଭେ କିଣାନ୍ ଦେଶ ତୁମ୍ଭକୁ ଦବୋ, ସହେି ପ୍ରତିଜ୍ଞାତ ଭୂମି ତୁମ୍ଭର ହବେ।

19. ସଠାେରେ ଅଳ୍ପ ସଂଖ୍ଯକ ଲୋକ ଥିଲେ, ଏକ ବିଦେଶୀ ଭୂମିରେ ଖୁବ୍ ଅଳ୍ପସଂଖ୍ଯକ ଅଜ୍ଞାତ ବ୍ଯକ୍ତି ଥିଲେ।

20. ସମାନେେ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ଗଲେ, ସମାନେେ ଗୋଟିଏ ରାଜ୍ଯରୁ ଆଉ ଏକ ରାଜ୍ଯକୁ ଗଲେ।

21. କିନ୍ତୁ ସଦାପ୍ରଭୁ କାହାରିକୁ ସମାନଙ୍କେୁ ଆଘାତ କରିବାକୁ ଅନୁମତି ଦେଲେ ନାହିଁ, ସମାନଙ୍କେୁ ଆଘାତ ନ କରିବାକୁ ସଦାପ୍ରଭୁ ରାଜାଗଣଙ୍କୁ ସତର୍କ କରାଇ ଦେଲେ।

22. ସଦାପ୍ରଭୁ ସହେି ରାଜାମାନଙ୍କୁ କହିଲେ, ଆମ୍ଭର ମନୋନୀତ ବ୍ଯକ୍ତିଙ୍କୁ ସ୍ପର୍ଶ କର ନାହିଁ। ଆମ୍ଭର ଭବଷ୍ଯଦବକ୍ତାମାନଙ୍କୁ ଆଘାତ କର ନାହିଁ।

23. ସକଳ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାଯନ କର। ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହି ଶୁଭବାର୍ତ୍ତା ପ୍ରତିଦିନ କୁହ।

24. ସବୁ ଦବଗେଣ ନିକଟରେ ସଦାପ୍ରଭୁଙ୍କ ମହିମା ବର୍ଣ୍ଣନା କର। ସେ ଯେ ଅତ୍ଯନ୍ତ ମହତ୍ ଅଟନ୍ତି, ଏହା ସମସ୍ତଙ୍କୁ କୁହ।

25. ସଦାପ୍ରଭୁ ଅତ୍ଯନ୍ତ ମହାନ୍ ଅଟନ୍ତି ଓ ସେ ପ୍ରଶଂସାର ଯୋଗ୍ଯ ଅଟନ୍ତି। ଅନ୍ୟ ସବୁ ଦବେତାଗଣଙ୍କ ଅପେକ୍ଷା ସଦାପ୍ରଭୁ ଅଧିକ ଭୟଙ୍କର ଅଟନ୍ତି।

26. କାହିଁକି ? କାରଣ ପୃଥିବୀର ସମସ୍ତ ଦବେତାଗଣ କବଳେ ମୂଲ୍ଯହୀନ ପ୍ରତିମାସକଳ ଅଟନ୍ତି। କିନ୍ତୁ ସଦାପ୍ରଭୁ ଆକାଶକୁ ନିର୍ମାଣ କଲେ।

27. ଗୌରବ ଓ ମହିମା ତାଙ୍କ ପାଇଁ ଅଛି। ଶକ୍ତି ଓ ଉଲ୍ଲାସ ତାଙ୍କ ସ୍ଥାନ ରେ ଅଛି।

28. ପରିବାର ସକଳ ଓ ଜନବୃନ୍ଦ ସଦାପ୍ରଭୁଙ୍କ ମହିମା ଓ ପରାକ୍ରମର ପ୍ରଶଂସାଗାନ କର।

29. ସଦାପ୍ରଭୁଙ୍କ ମହିମାର ପ୍ରଶଂସାଗାନ କର। ତାଙ୍କ ନାମକୁ ସମ୍ମାନ କର। ତାଙ୍କ ନିକଟକୁ ତୁମ୍ଭର ନବୈେଦ୍ଯ ଆଣ। ସୁନ୍ଦରତା ରେ ଓ ପବିତ୍ରତା ରେ ସଦାପ୍ରଭୁଙ୍କର ଉପାସନା କର।

30. ତାଙ୍କ ସମ୍ମୁଖ ରେ ସମସ୍ତ ପୃଥିବୀ କମ୍ପମାନ ହୁଅ। କିନ୍ତୁ ସେ ପୃଥିବୀକୁ ସଶକ୍ତ କଲେ, ଯେପରି ଏହା ନ ହଲେ।

31. ପୃଥିବୀ ଓ ଆକାଶ ଆନନ୍ଦିତ ହୁଅନ୍ତୁ। ସର୍ବତ୍ର ଲୋକମାନେ ଏହା କୁହନ୍ତୁ, ସଦାପ୍ରଭୁ ରାଜ୍ଯ କରନ୍ତି।

32. ସମୁଦ୍ର ଓ ତନ୍ମଧ୍ଯସ୍ଥ ସମସ୍ତ ପ୍ରାଣୀ ଉଚ୍ଚସ୍ବର କରନ୍ତୁ। କ୍ଷେତ୍ରସବୁ ଓ ତନ୍ମଧ୍ଯସ୍ଥ ସମସ୍ତ ବିଷଯ ସମାନଙ୍କେର ଆନନ୍ଦ ପ୍ରକାଶ କରନ୍ତୁ।

33. ସଦାପ୍ରଭୁଙ୍କ ସମ୍ମୁଖ ରେ ଅରଣ୍ଯର ବୃକ୍ଷଗଣ ଆନନ୍ଦ ରେ ଜଯଗାନ କରିବେ। କାହିଁକି ? କାରଣ ସଦାପ୍ରଭୁ ଆସୁଅଛନ୍ତି। ସେ ଏହି ପୃଥିବୀର ବିଚାର କରିବା ନିମନ୍ତେ ଆସୁଅଛନ୍ତି।

34. ଓଃ, ସଦାପ୍ରଭୁଙ୍କର ଧନ୍ଯବାଦ କର, ସେ ଅତି ଉତ୍ତମ ଅଟନ୍ତି। ସଦାପ୍ରଭୁଙ୍କର ପ୍ ରମେ ଅନନ୍ତକାଳୀନ ଅଟେ।

35. ସଦାପ୍ରଭୁଙ୍କୁ କୁହ, ହେ ପରମମେଶ୍ବର, ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା, ଆମ୍ଭମାନଙ୍କୁ ଉଦ୍ଧାର କର। ଆମ୍ଭମାନଙ୍କୁ ଏକତ୍ର କର ଓ ଅନ୍ୟ ଦେଶଠାରୁ ଆମ୍ଭମାନଙ୍କୁ ରକ୍ଷା କର। ତବେେ, ଆମ୍ଭମାନେେ ତୁମ୍ଭ ପବିତ୍ର ନାମର ପ୍ରଶଂସା ଗାନ କରିବା। ତବେେ ଆମ୍ଭମାନେେ ସଂଗୀତ ଗାନ କରି ତୁମ୍ଭର ପ୍ରଶଂସା କରିବା।

36. ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କୁ ୟୁଗେ ୟୁଗେ ପ୍ରଶଂସା କର।

ନିୟମିତ ପୂଜା ରକ୍ଷଣାବେକ୍ଷଣ

37.

38. ଓବେଦ୍ ଇଦୋମ ଓ ଅନ୍ୟ ଅଠଷଠି ଜଣ ଭ୍ରାତାମାନଙ୍କୁ ସେ ମଧ୍ଯ ସହେି ସ୍ଥାନ ରେ ଛାଡ଼ିଗଲେ। ଯବେୂଥୂନ୍ଙ୍କ ପୁତ୍ର ଓବେଦ୍ ଇଦୋମ୍, ହୋଷ ରକ୍ଷୀ ଥିଲେ।

39. ଦାଉଦ, ସାଦୋକ ଯାଜକ ଓ ତାଙ୍କ ସହିତ ଗିବିଯୋନସ୍ଥିତ ଉଚ୍ଚ ସ୍ଥାନ ରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖ ରେ ସବୋକାର୍ୟ୍ଯ କରୁଥିବା ଅନ୍ୟ ଯାଜକମାନଙ୍କୁ ସଠାେରେ ଛାଡ଼ି ଗଲେ।

40. ପ୍ରତିଦିନ ସକାଳେ ଓ ସନ୍ଧ୍ଯା ରେ ସାଦୋକ୍ ଓ ଅନ୍ୟ ଯାଜକମାନେ ୟଜ୍ଞବଦେୀ ଉପରେ ହାମବେଳି ଉତ୍ସର୍ଗ କରୁଥିଲେ। ସଦାପ୍ରଭୁ ଇଶ୍ରାୟେଲକୁ ଦଇେଥିବା ସଦାପ୍ରଭୁଙ୍କ ନିଯମ ରେ ଲିଖିତ ବିଧିକୁ ପାଳନ କରି ସମାନେେ ଏହିପରି କରୁଥିଲେ।

41. ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହମେନ୍, ୟିଦୂଥୂନଙ୍କୁ ଓ ଅନ୍ୟ ସମସ୍ତ ଲବେୀୟଗଣଙ୍କୁ ନାମଧରି ମନୋନୀତ କରାୟାଇଥିଲା, କାରଣ ସଦାପ୍ରଭୁଙ୍କ ପ୍ ରମେ ଅନନ୍ତକାଳବ୍ଯାପୀ।

42. ହମେନ୍ ଓ ୟିଦୂଥୂନ୍ ସମାନଙ୍କେ ସହିତ ଥିଲେ। ତୂରୀ ଓ ଗିନି ବଜାଇବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସଂଗୀତମାନ ଗାନ କରାୟିବା ସମୟରେ ସମାନେେ ଅନ୍ଯାନ୍ଯ ବାଦ୍ଯ ମଧ୍ଯ ବଜାଉଥିଲେ। ୟିଦୂଥୂନ୍ଙ୍କ ପୁତ୍ରମାନେ ଦ୍ବାର ଜଗି ରହୁଥିଲେ।

43. ଉତ୍ସବ ଶଷେ ହେଲାପରେ , ସବୁ ଲୋକମାନେ ଫରେିଗଲେ। ପ୍ରେତ୍ୟକକ ଲୋକ ନିଜ ଗୃହକୁ ଫରେିଗଲେ। ଏବଂ ଦାଉଦ ମଧ୍ଯ ନିଜ ପରିବାରକୁ ଆଶୀର୍ବାଦ କରିବା ନିମନ୍ତେ ଗୃହକୁ ଫରେିଗଲେ।

Bibles

Books

Chapters